ନକଲି ଭୋଟରଙ୍କୁ ସାବଧାନ କଲେ ନିର୍ବାଚନ କମିସନ

ଭୁବନେଶ୍ୱର, ୧୩/୨: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଅଛି। ଏହାରିମଧ୍ୟରେ ପୂର୍ବରୁ ନକଲି ଭୋଟରଙ୍କୁ ସାବଧାନ କରିଛନ୍ତି ନିର୍ବାଚନ କମିସନ।କୌଣସି ଏଜେଣ୍ଟ ଭୋଟରଙ୍କ ପରିଚୟ ଉପରେ ସନ୍ଦେହ ହେଲେ ତଦନ୍ତ କରାଯିବ। ୨ଟଙ୍କାର ଫି’ପୈଠ କରି ଅଭିଯୋଗ କରିପାରିବେ ଏଜେଣ୍ଟ । ତେଣୁ ଘଟଣାସ୍ଥଳରେ ଅଭିଯୋଗର ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର। ଏହାସହ ସତ୍ୟ ପ୍ରମାଣିତ ହେଲେ ପୋଲିସର ଜିମା ଦିଆଯିବ ବୋଲି ସୂଚନା ରହିଛି।