ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ହିଞ୍ଜିଳିରେ କରିବେ ପ୍ରଚାର

ଭୁବନେଶ୍ୱର, ୨୩/୦୪: ନିର୍ବାଚନ ପାଇଁ ଭୋଟରଙ୍କୁ ହାତେଇବା ପାଇଁ ସବୁ ଦଳ ପ୍ରାଣ ପଣେ ଉଦ୍ୟମ ଜାରି ରଖିଛନ୍ତି। ଏହାରିମଧ୍ୟରେ ଆସନ୍ତାକାଲି ମଇଦାନ କୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ଗସ୍ତରେ ଗଂଜାମ ଯିବେ। ସେଠାରେ ଦୁଇଟି ସଭାକୁ ସମ୍ବୋଧିତ କରିବେ। ହିଞ୍ଜିଳି ଓ ଶେରଗଡ଼ରେ ସେ ପୂର୍ବାହ୍‌ଣରେ ୨ଟି ସଭାକୁ ସମ୍ବୋଧିତ କରିବେ।ସେ ପୂର୍ବାହ୍‌ଣ ୯ଟା ୩୦ରେ ନବୀନ ନିବାସରୁ ବାହାରିବେ।  ସେ ୧୦ଟା ୩୫ରେ ହିଞ୍ଜିଳି ରେ ପହଂଚିବା ନେଇ ସୂଚନା ରହିଛି। ତାଙ୍କ ସାଥୀରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭ‌ି.କେ ପାଣ୍ଡିଆନ୍‌ ଉପସ୍ଥିତ ରହିବେ।