ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ

ଭୁବନେଶ୍ୱର,୧୬/୫: ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ । ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ କଥା ହୋଇଛନ୍ତି । ନିର୍ବାଚନ ପରିଚାଳନା ନେଇ ବିଜେଡି ୭ଜଣିଆ କମିଟି ଗଠନ କରିଛି । ଜିଲ୍ଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଚାଷୀ ଓ ପ୍ୟାକ୍ସର କର୍ମକର୍ତ୍ତାଙ୍କୁ କମିଟିରେ ଯୋଡାଯିବ । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ଟିମ ଗଠନ କରି ମଧ୍ୟ ଦାୟିତ୍ବ ଦିଆଯାଇଛି। କେନ୍ଦ୍ରୀୟ ଟିମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ରହିଛନ୍ତି ।