ବାଜିଲା ବିଗୁଲ: ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ପଡ଼ିବ ଭୋଟ୍

ନୂଆଦିଲ୍ଲୀ,୨/୫: ଝାରସୁଗୁଡାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଆଜି ନିର୍ବାଚନ କମିଶନ ଭୋଟ୍ ନେଇ ତାରିଖ ଘୋଷଣା କରିଛନ୍ତି। ମେ ୩୧ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ । ମେ ୪ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ତାରିଖ ରହିଛି । ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମେ ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି । ମେ ୩୧ରେ ଏହି ଆସନ ପାଇଁ ଭୋଟ୍ ପଡିବ । ଜୁନ୍ ୩ରେ ଭୋଟ୍ ଗଣତି ହେବ। ଭୋଟିଂ ବେଳେ ନିୟନ ଅନୁଯାୟୀ ଇଭିଏମ୍ ଏବଂ ଭିଭିପାଟ ବ୍ୟବହାର ହେବ। କରୋନା ନିୟମ ଅନୁଯାୟୀ ଭୋଟିଂ ସହିତ ପ୍ରଚାର ହେବ । ନିୟମ ଉଲ୍ଲଂଘନ କଲେ ନିୟମ ଅନୁଯାୟୀ ଦଣ୍ଡିତ ହେବେ। ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଥିଲା ।