ପ୍ରତିଦ୍ବନ୍ଦୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରାର୍ଥୀ

ଭୁବନେଶ୍ୱର, ୨୬/୧: ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି। ଏହାରିମଧ୍ୟରେ ରାଜ୍ୟରେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ଭୋଟ ଅନାବଶ୍ୟକ ରହିଛି। ଜଣେ ପ୍ରାର୍ଥୀ ରହିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା ହୋଇଛି। ସେହିପରି ୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ, ୩୬୫୨୩ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ସୂଚନା ରହିଛି। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି।