ଓଡ଼ିଶାରେ ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ

ଭୁବନେଶ୍ୱର,୧୩/୦୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି । ସେହିଭଳି ଗଜପତିରେ ୨୨.୦୨%, କଳାହାଣ୍ଡିରେ ୨୪.୭୯%, କୋରାପୁଟରେ ୨୬.୬୧%, ମାଲକାନିଗିରିରେ ୨୨.୪୩%, ନବରଙ୍ଗପୁରରେ ୨୪.୯୬%, ରାୟଗଡାରେ ୨୧.୮୧% ମତଦାନ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବ ।