ନିର୍ବାଚନ ପ୍ରଭାବ, ବଦଳିଲା ଏହି ସବୁ ପରୀକ୍ଷା ତାରିଖ

ଭୁବନେଶ୍ୱର,୨/୦୪: ପରୀକ୍ଷା ଉପରେ ନିର୍ବାଚନ ପ୍ରଭାବ । ଆସନ୍ତା ମେ ୧୯ରୁ ଜୁନ୍ ୧ ଯାଏ ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ପରିବର୍ତ୍ତନ କରାଯାଇଛି । ଜେଇ ମେନ୍, ନିଟ୍ ପିଜି, ଟିଏସ ପଲିସେଟ୍, ଆଇସିଏଆଇ ସିଏ ଭଳି କମ୍ପିଟେଟିଭ୍ ପରୀକ୍ଷା ଓ ପ୍ରବେଶିକା ତାରିଖରେ ପରିବର୍ତ୍ତନ କରାଯାଇଛି । ଜେଇଇ ମେନ୍ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ୪ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ । ୟୁପିଏସସି ପ୍ରିଲିମ୍ ପରୀକ୍ଷା ମେ ୨୬ ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ନିଟ୍ ପିଜି ପରୀକ୍ଷାକୁ ମଧ୍ୟ ଜୁନ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଟିଏସ ପଲିସେଟ ପରୀକ୍ଷା ତାରିଖ ମେ ୧୭ ପରିବର୍ତ୍ତେ ମେ ୨୪ ତାରିଖକୁ ପରିବର୍ତ୍ତନ କରାଯାଇଛି ।