ନିର୍ବାଚନର ଫଳାଫଳ, ଜାଣନ୍ତୁ କିଏ କେଉଁଠି ଆଗୁଆ ?

ଭୁବନେଶ୍ବର,୪/୦୬: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ଦଳ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ରାଜ୍ୟ ବିଧାନସଭାର ୧୪୭ ଆସନ ମଧ୍ୟରୁ ବିଜେପି ୭୫ ଓ ବିଜେଡି ୫୫ ସିଟ୍‌ରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ୧୫, ସିପିଆଇ ଏମ ୧ ଓ ସ୍ବାଧୀନ ପ୍ରାର୍ଥୀ ୨ ଅଛନ୍ତି। ଜାରି ରହିଥିବା ଭୋଟ ଗଣତି ଅନୁସାରେ ସୁକିନ୍ଦାରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ଆଗୁଆ ସମ୍ବଲପୁରରେ ବିଜେଡିର ରୋହିତ ପୂଜାରୀ ଆଗୁଆ ଅଛନ୍ତି। ସାଲେପୁରରେ ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ, ବଡ଼ମ୍ବା ଦେବୀ ମିଶ୍ର ପଛରେ ପଡ଼ି ଯାଇଛନ୍ତି। ଅନ୍ୟପଟେ ବ୍ରଜରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ ହୋଇଥିବା ବେଳେ ଝାରସୁଗୁଡ଼ାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଜିତିଛନ୍ତି ।