ଆଜି ଆସିବ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ, କାହାର ହେବ ବାଜିମାତ?

ଭୁବନେଶ୍ୱର,୪/୦୬: ଓଡିଶାରେ ଏଥର କାହାର ହେବ ବାଜିମାତ? ବିଧାନସଭା ଓ ଲୋକସଭା ଆସନରେ କିଏ ମାରିବ ବାଜି? ସବୁ ଚର୍ଚ୍ଚା ଆଲୋଚନା ଭିତରେ ଆଜି ଆସିବାକୁ ଯାଉଛି ଓଡିଶା ବିଧାନସଭାର ନିର୍ବାଚନ ରେଜଲ୍ଟ । ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଗଣତି । ତେବେ ଭୋଟ୍ ଗଣତି ପାଇଁ ଏବେ ସବୁ ପ୍ରସ୍ତୁତି ଶେଷ ହେଇସାରିଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ପରେ, ଆରମ୍ଭ ହେବ ଇଭିଏମ୍ ଭୋଟ୍ ଗଣତି । ରାଜ୍ୟର ମୋଟ ୧୪୭ ଆସନର ଫଳାଫଳ ଆଜି ପ୍ରକାଶ ପାଇବ । ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ରହିଛି ପୂରା ରାଜ୍ୟର ନଜର । ଖାସ୍ କରି ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ଏଥର କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।