ବୁଥକୁ ମୋବାଇଲ ନନେବାକୁ ଅପିଲ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୨୫/୦୫: ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ସକାଳୁ ସକାଳୁ ସବୁ ବୁଥରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ ଓ ଲମ୍ବା ଲାଇନ । ଏହା ଭିତରେ କିଛି ବୁଥରେ ଭୋଟର ମୋବାଇଲ ନେଇଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନକରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ଅପିଲ କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଭୁବନେଶ୍ୱର ନୟାପଲ୍ଲୀର ଏକ ବୁଥରେ ପୋଲିଂ କେନ୍ଦ୍ରକୁ ମୋବାଇଲ ନେଇ ପ୍ରବେଶ କରିବା ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।