ବଦଳିଲା ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଭୋଟ୍ ଗଣତିର ତାରିଖ

ନୂଆଦିଲ୍ଲୀ,୧୭/୦୩:  ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଭୋଟ୍ ଗଣତିର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ । ଏହି ଦୁଇ ରାଜ୍ୟରେ ଜୁନ୍ ୪ ବଦଳରେ ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ । ଆଉ ସେହିଦିନ ହିଁ ଏହାର ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

ଅରୁଣାଚଳ ପ୍ରଦେଶରେ  ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୭ ତାରିଖ । ନାମାଙ୍କନ ପତ୍ରର ଯାଞ୍ଚ ମାର୍ଚ୍ଚ ୨୮ରେ କରାଯିବ, ନାମାଙ୍କନ ପତ୍ରର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ଭୋଟ୍ ଗ୍ରହଣ ପରେ, ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ସିକ୍କିମରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହେବାକୁ ଅଛି । ଏହି ରାଜ୍ୟରେ କେବଳ ଗୋଟିଏ ଲୋକସଭା ସିଟ୍ ସହିତ ୩୨ଟି ବିଧାନସଭା ସିଟ୍ ରହିଛି ।