ଗୋଟିଏ ଦିନ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୧୬/୦୯: ଗୋଟିଏ ଦିନ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ପରିବର୍ତ୍ତେ ୨୨ରେ ନିର୍ବାଚନ ହେବ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ୨୧ ତାରିଖକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ନୂଆଁଖାଇ ବାସୀ ଥିବାରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନରେ ସାମିଲ ହେବେନି ବୋଲି ବିରୋଧୀ ଦଳରେ ଥିବା ପଶ୍ଚିମ ଓଡ଼ିଶାର ବିଧାୟକ କହିଥିଲେ । ଉଭୟ କଂଗ୍ରେସ ଓ ବିଜେପି ବାଚସ୍ପତି ନିର୍ବାଚନକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ନିର୍ବାଚନ ପାଇଁ ତାରିଖ ପରିବର୍ତ୍ତନ କରିଛନ୍ତି ସରକାର । ତେବେ ବାଚସ୍ପତି କିଏ ହେବ ତାହାକୁ ନେଇ ସସପେନ୍ସ ରହିଛି । ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି।