ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା, ଜାଣନ୍ତୁ କେତେ

ଭୁବନେଶ୍ୱର, ୨୩/୧୦: ଉପନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପାଇଁ ଆଜି ଅନୁକମ୍ପା ରାଶି ଘୋଷଣା କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପରିବାରକୁ  ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟ ସରକାର ଏହି ଅନୁକମ୍ପା ରାଶି ଯୋଗାଇ ଦେବେ ବୋଲି ସୂଚନା ମିଳିଛି।