ରାସନ କାର୍ଡ E-KYC ପାଇଁ ନାହିଁ ନିର୍ଦ୍ଧିଷ୍ଟ ସମୟ ସୀମା

ଭୁବନେଶ୍ୱର,୨୮/୦୮: ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି । ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ସେନେଇ ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍ରସଙ୍ଗ । E-KYC କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର । ନୂଆ ଆବେଦନକାରୀ E-KYC କରିନଥିଲେ ସେମାନଙ୍କୁ ରାସନ କାର୍ଡ ମିଳିବ ନାହିଁ। ତେବେ ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା ।