ଖରା ଛୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୨୨/୪: ରାଜ୍ୟରେ ଏବେ ଖରା ସାଙ୍ଗକୁ ତାତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଖରା ଛୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ଜୁନ ୧ ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ୬ ରୁ ୧୬ ତାରିଖ ଦିନ ଧାର୍ଯ୍ୟ କରିଛି । ଆଗକୁ ଖରା ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ଖରା ପାଇଁ ଜୁନ୍ ପରିବର୍ତ୍ତେ ମେ’ ମାସରେ ଛୁଟି ପାଇଁ ଅନେକ ପ୍ରସ୍ତାବ ଆସୁଛି । ଆଗକୁ ଖରା ବଢିଲେ ପରିସ୍ଥିତି ଦେଖି ବିଭାଗ ଚିନ୍ତା କରି ନିଷ୍ପତି ନେବ ବୋଲି ସେ କହିଛନ୍ତି ।ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ପୁସ୍ତିକା, ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ । ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ ବୋଲି ସମୀର ରଂଜନ ଦାଶ କହିଛନ୍ତି ।