ଛୁଟି ସରିବା ପରେ କିଭଳି ପାଠପଢା ହେବା ନେଇ ଓସେପାର ଚିଠି

ଭୁବନେଶ୍ୱର, ୧୧/୦୬: ଖରାଛୁଟି ସରିବା ପରେ କିଭଳି ଭାବେ ପାଠ ପଢା ହେବ ସେନେଇ ଓସେପା ଚିଠି ଲେଖିଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା  ଚିଠି ଲେଖିଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିୟମାବଳୀ ଜାରି ହୋଇଛି। ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା  ଚିଠିରେ କହିଛନ୍ତି ଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ପାଇଁ ସମସ୍ତ ଡିଇଓ ନିର୍ଦ୍ଦେଶ ହୋଇଛି। ସଠିକ୍‌ ଶିକ୍ଷା ପାଇବା ଦିଗରେ ଯୋଜନା କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ବିଦ୍ୟାର୍ଥୀଙ୍କୁ ମିଳିବ ୨ ପ୍ରକାରର ପୁସ୍ତକ ମିଳିବ। CRCC ମାନେ କ୍ଲଷ୍ଟରରେ ପାଠପଢା ଉପରେ ରୀତିମତ ଯାଞ୍ଚ କରିବେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢା ଉପରେ ପ୍ରଧାନଶିକ୍ଷକ ନଜର ରଖିବେ।ଏ ଦିଗରେ ପଦକ୍ଷେପ ନେବାକୁ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ହୋଇଛି।