ଅନଲାଇନ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା

ଭୁବନେଶ୍ୱର, ୭/୭: ରାଜ୍ୟରେ କରୋନା ପରିସ୍ଥିତି କୁ ଦେଖି ସବୁ ସ୍କୁଲ ଓ କଲେଜ ବନ୍ଦ ରହିଛି। ତେଣୁ ପିଲାଙ୍କୁ ଅନଲାଇନ ଶିକ୍ଷା ଦିଆଯାଉଛି। କିନ୍ତୁ ଇଣ୍ଟରନେଟ ନଥିବା  ଅଞ୍ଚଳରେ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ଗଣଶିକ୍ଷା ବିଭାଗ ନୂଆ ଯୋଜନା ଆରମ୍ଭ କରିଛି। ଇଣ୍ଟରନେଟ ନଥିବା ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢ଼ାଯିବ । ଘରକୁ ଯାଇ ପାଠ ପଢ଼ାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ । ଜଣେ ଲେଖାଏଁ ଶିକ୍ଷକତା ଛାତ୍ର ୧୦ ଜଣ ପିଲାଙ୍କୁ ପାଠ ପଢ଼ାଇବେ । ୧୦ ହଜାର ଶିକ୍ଷକତା ଛାତ୍ରଙ୍କୁ ଏଥିପାଇଁ ଚୟନ କରିବାକୁ ଯୋଜନା ହୋଇଛି ।