ଘୋଷଣା ହେଲା ୨୦୨୧-୨୨ ବର୍ଷର ଦଶମ, ଦ୍ବାଦଶ ଶ୍ରେଣୀ ପାଠ୍ୟ ଖସଡ଼ା

ଭୁବନେଶ୍ୱର, ୫/୭: କୋଭିଡ ପ୍ରଭାବରେ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ବେଶ ପ୍ରଭାବ ପଡିଛି। ଏହାରିମଧ୍ୟରେ ଆଜି ୨୦୨୧-୨୨ ବର୍ଷର ଦଶମ, ଦ୍ବାଦଶ ଶ୍ରେଣୀ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । କୋଭିଡ ଦୃଷ୍ଟିରୁ ଘୋଷଣା କରିିିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE । ୫୦% ଲେଖାଏଁ ପାଠ୍ୟକ୍ରମକୁ ନେଇ ୨ଟି ଭାଗରେ ପରୀକ୍ଷା ହେବ । ଏଥର ବି ସିଲାବସ୍‌ କମିବ ।ଅନ୍ୟପଟେ ଚଳିତ ମାସରେ  ପୁନଃ ନିର୍ଦ୍ଧାରିତ ସିଲାବସ୍‌ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।