ବେଆଇନ୍ ଖଣି ଖନନ ମାମଲା: ବିଧାୟକଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ,୫/୦୧: ବେଆଇନ୍ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାର, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଦିଲବାଗ୍ ସିଂହଙ୍କ ଘରେ ଇଡି ଚଢଉ କରିଛି । ଦିଲବାଗଙ୍କ ଘରୁ ୫ କୋଟି ନଗଦ ଟଙ୍କା ସହ ବିଦେଶୀ ମାରଣାସ୍ତ୍ର ଓ ଗୁଳି ମିଳିଛି । ଏହସହ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି । ଏହାସହ ବିଦେଶରେ ଥିବା ତାଙ୍କର ଏକାଧିକ ସମ୍ପତ୍ତିର ଦସ୍ତାବିଜ୍ ମଧ୍ୟ ଜବତ କରିଛି ଇଡି । ସୁରେନ୍ଦ୍ର ପୱାର ସୋନିପଥ୍ ବିଧାନସଭା ସଦସ୍ୟ ଥିବାବେଳେ ଦିଲବାଗ୍ ସିଂହ ଯମୁନାନଗର ଆସନରୁ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଥିଲେ । ସୋନିପଥରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାରଙ୍କ ଘରେ ଗତ ୨୪ ଘଣ୍ଟା ଧରି ଚଢଉ ଜାରି ରହିଥିବା ଜଣାପଡିଛି ।