ସିସୋଦିଆଙ୍କୁ ସିବିଆଇ ପରେ ଇଡ଼ି କରୁଛି ଜେରା

ନୂଆଦିଲ୍ଲୀ,୭/୩:  ଅବକାରୀ ଦୁର୍ନୀତି ମାମଲାରେ ଏବେ ସିବିଆଇ ପରେ ଇଡି ପାଳି । ସଂପୃକ୍ତ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡି ତରଫରୁ ଆଜି ଜେଲ ଭିତରେ ଜେରା କରାଯାଉଛି । ସିସୋଦିଆଙ୍କୁ ସୋମବାର ଦିନ ଦିଲ୍ଲୀ ତିହାର ଜେଲକୁ ସ୍ତାନାନ୍ତର କରାଯାଇଥିଲା । ଏବେ ସେଠାରେ ତାଙ୍କର ବୟାନ ରେକର୍ଡ କରୁଛି ଇଡି ।

ସୂଚନାଯୋଗ୍ୟ ଯେ  ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା । ଏହାପରେ ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ହେପାଜତରେ ରଖିଥିଲା । ସୋମବାର ଦିନ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ରାଓଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ କୋର୍ଟ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।