ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୩୧/୧: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହାରିମଧ୍ୟରେେ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୧-୨୨ ପାଇଁ GDP ଅଭିବୃଦ୍ଧି ୯.୨ ପ୍ରତିଶତ ଆଶା କରାଯାଉଥିବା ବେଳେ ୨୨-୨୩ ଆର୍ଥିକ ବର୍ଷରେ GDP ଅଭିବୃଦ୍ଧି ୮ରୁ ୮.୫% ଲକ୍ଷ୍ୟ ରହିିଥିବା ସେ କହିଛନ୍ତି। ସେହିପରି କୃଷିକ୍ଷେତ୍ରରେ ଅଭିବୃଦ୍ଧି ୩.୯%, ଶିଳ୍ପ କ୍ଷେତ୍ରରେ ୧୧.୮%, ୨୦୨୧-୨୨ରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ୮.୨% ରହିିଛି।