ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ, ୩୧/୦୧: ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ବା ଅଭିବୃଦ୍ଧି ହାର ୬.୩ରୁ ୬.୮ ପ୍ରତିଶତ ମଧ୍ୟରେ ରହିବା ଆକଳନ କରାଯାଇଛି। ଅର୍ଥାତ୍ ଆସନ୍ତା ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ହାର କମିପାରେ। ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ଏହି ରିପୋର୍ଟ ଆଗତ କରିଛନ୍ତି।

ସରକାରଙ୍କ ମୁଦ୍ରାସ୍ପୀତି ପରିଚାଳନାରେ ସୁଫଳ ମିଳିଛି ଓ ତାହା ନିୟନ୍ତ୍ରଣରେ ରହିଛି । ନୂଆ ଆର୍ଥିକ ବର୍ଷରେ ଜିଏସଟି ଆଦାୟ ୧୧ ପ୍ରତିଶତ ବୃଦ୍ଧି ପାଇ ୧୦.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ନୂଆ ଆର୍ଥିକ ବର୍ଷରେ ଜିଏସଟି ଆଦାୟ ୧୧ ପ୍ରତିଶତ ବୃଦ୍ଧି ପାଇ ୧୦.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *