ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍‌ମୋ ମେସିନ

ଭୁବନେଶ୍ୱର, ୧୦/୬: ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ଯାହାଫଳରେ ଆଉ ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଖୁବଶୀଘ୍ର ଆରମ୍ଭ ହେବ ଚିକିତ୍ସା । ପ୍ରଥମ ଇକ୍‌ମୋ ମେସିନ ଚଳିତ ମାସ ଶେଷ ସୁଦ୍ଧା ଲାଗିବ ବୋଲି ଜଣାପଡିଛି। ଏହାସହ ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନ କାର୍ଯ୍ୟକ୍ଷମ ହେବ। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତିିିି ସୂଚନା ଦେଇଛନ୍ତି।