ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଇସିଆଇଙ୍କ ୩ ନିର୍ଦ୍ଦେଶ, ଜାଣନ୍ତୁ କଣ?

ଭୁବନେଶ୍ୱର,୨୮/୦୫: ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ  ୩ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଆଇପିଏସ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ମାମଲାରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

ଇସିଆଇ ସସପେଣ୍ଡ ନିର୍ଦ୍ଦେଶ ଦେଇଥିବା ଡିଏସ କୁଟ୍ଟେ ସିଏମଓରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ନିର୍ବାଚନରେ ଅନୈତିକ ହସ୍ତକ୍ଷେପ ପାଇଁ ସସପେଣ୍ଡ ନିର୍ଦ୍ଦେଶ ଦିଆଯାଇଛି ।