ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିିବେ ନିର୍ବାଚନ ଆୟୋଗଙ୍କ ଟିମ୍

ଭୁବନେଶ୍ୱର,୧୩/୦୯: କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ ଏହି ଟିମ୍ । ଜିଲ୍ଲାପାଳଙ୍କ ସହ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ଏହି ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ନେଇ ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ଚର୍ଚ୍ଚା ହେବା ନେଇ ସୂଚନା ରହିଛି। ଗୋଟିଏ ପଟେ ତିନି ପ୍ରମୁଖ ଦଳର ରାଜନେତା ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ନିର୍ବାଚନ ଆୟୋଗର ପ୍ରୟାସ ମାହୋଲକୁ ସରଗମର କରିଛି ।