୬ଟି ରାଜ୍ୟରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ EC

ନୂଆଦିଲ୍ଲୀ, ୮/୮: ୨୦୨୪ ରେ ହେବ ସାଧାରଣ ନିର୍ବାଚନ। ଏହା ପୂର୍ବରୁ  ୬ଟି ରାଜ୍ୟରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏହି କ୍ରମରେ ୬ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପ ନିର୍ବାଚନ ହେବ । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଏନେଇ ସେପ୍ଟେମ୍ବର ୫ ତାରିଖରେ ଭୋଟିଂ ହେବ ଓ ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଉପ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଝାଡଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ।