ପୁଣିଥରେ ଦୁଇ ଦୁଇଥର ଭୂମିକମ୍ପରେ ଥରି ଉଠିଲା ତୁର୍କୀ

ନୂଆଦିଲ୍ଲୀ,୨୧/୨: ତୁର୍କୀରେ ପୁଣି ଥରେ ଦୁଇ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି । ତୁର୍କୀର ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬.୪ ରହିଥିବା ବେଳେ ଅନ୍ୟ ଏକ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ମପାଯାଇଛି । ସିରିଆ ଓ ଲେବାନନରେ ମଧ୍ୟ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବାର ଖବର ମିଳିଛି । କିଛି ଘର ମଧ୍ୟ ଭୁଷୁଡ଼ିପଡ଼ିଥିବାର ସୂଚନା ମିଳିଛି ।