ତୁର୍କୀରେ ପୁଣି ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୧୮୦୦ ଟପିଲା

ନୂଆଦିଲ୍ଲୀ,୬/୨: ତୁର୍କୀରେ ପୁଣି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଆଜି ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା । ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୧୮୦୦ ଟପିଯାଇଛି ।