୭.୮ ତୀବ୍ରତା ସହ ତୁର୍କୀରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୬/୨:  ତୁର୍କୀରେ ଭୀଷଣ ଭୂମିକମ୍ପ ଯୋଗୁଁ  ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିବା ଜଣାପଡିଛି । ତୁର୍କୀ ଗାଜିୟାଟେପ୍ ନିକଟରେ ୧୭. ୯ କିଲୋମିଟର ଗଭୀରତାରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି । ସୂଚନାଯୋଗ୍ୟ ଯେ ଆଜି ଭୋର ପାଖାପାଖି ୪ଟା ୧୭ ମିନିଟରେ ଭୂମିକମ୍ପ ହୋଇଛି । ଏଠାରେ ବଡ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ଏବେଯାଏଁ ୫ରୁ ଅଧିକ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି।