୩.୫ ତୀବ୍ର ସହ ଥରିଲା ନବରଙ୍ଗପୁର

ନବରଙ୍ଗପୁର,୩/୩: ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲା ସ୍ଥିତ ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ଜଣାପଡ଼ିଛି। ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି ଭୁମିକମ୍ପ ୬ରୁ ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିବା କୁହାଯାଉଛି। ପାଖାପାଖି ୧୪ଟି ପଞ୍ଚାୟତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଏହା ଅଳ୍ପ କିଛି ମାତ୍ର ସେକେଣ୍ଡ ପାଇଁ ଏପରି ଅନୁଭୂତ ହୋଇଥିବା ଜଣାପଡିଛି।