କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ, ଲୋକେ ଭୟଭୀତ

ଭୁବନେଶ୍ୱର,୩/୩: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୫.୦୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଏହି ଭୂମିକମ୍ପରେ ଶୋଇଥିବା ଖଟ ହଲିଯାଇଥିଲା । ଭୟଭୀତ ହୋଇ ଲୋକେ ଉଠିପଡ଼ି ବାହାରକୁ ଚାଲିଆସିଥିଲେ। ସିରିଆ ଓ ତୁର୍କୀ ଘଟଣା ଲୋକଙ୍କ ମନରେ ଲିଭିନଥିବା ବେଳେ ଭାରତରେ ଭୂମିକମ୍ପ ହେବ ବୋଲି ଯେଉଁ ପୁର୍ବାଭାସ କରାଯାଇଛି। ତାହା ଏକ ପ୍ରକାର ସତ ହେବାକୁ ଯାଉଛି ବୋଲି ଏହି ଅଞ୍ଚଳରେ ଆଲୋଚନା ହେଉଛି।