ଜାପାନରେ ଅଘଟଣ, ଭୟଙ୍କର ଭୂମିକମ୍ପ ପରେ ମାଡି ଆସିଲା ସୁନାମୀ

ନୂଆଦିଲ୍ଲୀ,୧/୦୧:ନୂଆବର୍ଷରେ ଜାପାନରେ ଅଘଟଣ  ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସମୁଦ୍ରରେ ୧ ମିଟର ଉଚ୍ଚତାର ଜୁଆର ଉଠିଥିବା ସୂଚନା ରହିଛି। ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଏନେଇ ଲୋକଙ୍କୁ ସତର୍କ କରାଇ ଦେଇଛି ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି । ଆଜି  ରିକ୍ଟର ସ୍କେଲ ୭.୬ ତ୍ରୀବତା ସହ ଭୂମିକମ୍ପ ଅନୁଭୂତ ହୋଇଥିଲା ।