ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ

ଭୁବନେଶ୍ୱର,୨୧/୧୧: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ  ଭୂମିକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା । ଏଥିରେ ୪୪ ଜଣ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ଖବରରୁ ଜଣାପଡିଛି । ତେବେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ପଶ୍ଚିମ ଜାଭାର ସିୟାନପୁରଠାରୁ ୧୦ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଅବଶ୍ୟ ସୁନାମୀ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।