୬.୦ ତ୍ରୀବତା ସହ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୧୯/୪:ଇଣ୍ଡୋନେସିଆର ସୁଲାୱେସିର କୋଟାମୋବାଗୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୫୩ରେ ଭୂକମ୍ପ ଅନୁଭୂତ ହୋୋଇଥିବା ସୂଚନା ମିଳିଛି। ଭୂକମ୍ପର ତ୍ରୀବତା ୬.୦ ଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଜଣାପଡିଛି। ଏହି ଭୂମିକମ୍ପରେ କଣ ଧନଜୀବନ ନଷ୍ଟ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।