ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୧୪/୧: ଆଜି ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ଧରମଶାଳାର ପୂର୍ବ ପଟକୁ ୨୨ କିଲୋମିଟର୍‌ ଦୂରବର୍ତ୍ତୀ ଭୂଗର୍ଭର ୫ କିଲୋମିଟର୍‌ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୨। ଏ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ଯୋଶୀମଠ ପାଖରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର ଉତ୍ତରକାଶୀରେ ୨.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାର ଦିନକ ପରେ ଆଜି ହିମାଚଳ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।