୩.୧ ତୀବ୍ରତାର ଭୂମିକମ୍ପ ସହ ଥରିଲା ଗୁଜୁରାଟ

ଗୁଜୁରାଟ,୨୩/୨: ଗୁଜରାଟର ଅମରେଲି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଜି ସକାଳ ୯ଟା ୬ ମିନିଟରେ ଏପରି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ଥିଲା। ଏହାପରେ ଲୋକେ ଆତଙ୍କିତ ହୋଇ ଅଛନ୍ତି । ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୪ ତାରିଖରେ ଅମରେଲି ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।