୬.୩ ତୀବ୍ରତାର ସହ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ,୨୪/୨: ଇଣ୍ଡୋନେସିଆରେ ଭୀଷଣ ଭୂମିକମ୍ପ ଅନୁୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ଜଣାପଡିଛି । ଏହା ଇଣ୍ଡୋନେସିଆର ଟୋବେଲୋ ସହରର ୧୭୭ କିଲୋମିଟର ଉତ୍ତର ଦିଗରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ଏଥିରେ କୌଣସି ଧନଜୀବନ କ୍ଷତି ହୋଇଥିବାର ସୂଚନା ଏଯାଏଁ ମିଳିନାହିଁ ।ଇଣ୍ଡୋନେସିଆ ପରେ ଏବେ ପାକିସ୍ତାନରେ ମଧ୍ୟ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦଠାରୁ ୨୯ କିଲୋମିଟର ପଶ୍ଚିମରେ ସ୍ଥାନୀୟ ସମୟ ସକାଳ ୬ଟା ୬ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା।