ତୁର୍କୀ ଓ ସିରିୟାରେ ଭୂମିକମ୍ପ,୨୪ହଜାର ଟପିଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୧/୨: ତୁର୍କୀ ଓ ସିରିୟାରେ ତାଣ୍ଡବ ରଚିଛି ଭୂମିକମ୍ପ । ଯାହା ଫଳରେ ୨୪ହଜାର ଟପିଛି ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ‌ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ । ତୁର୍କୀର ହତୟ ପ୍ର‌ଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ।ଅନ୍ୟପଟେ ହତୟରେ ବିମାନବନ୍ଦର ରନ୍‌ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି ।