ନେପାଳରେ ଭୂମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ,୨୩/୦୬: ଆଜି ନେପାଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁଠାରୁ ୧୬୧ କିଲୋମିଟର ଦୂରରେ ବୋଲି ଜଣାପଡିଛି । ତେବେ କୌଣସି କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।ସୂଚନାଯୋଗ୍ୟ ଯେ ଗତକାଲି ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଭୂକମ୍ପ ଅନୁଭୂତ ହୋଇଥିଲା । ଅଫାଗାନିସ୍ତାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ବାସହରା ହୋଇପଡିଛନ୍ତି । ରାସ୍ତାଘାଟ ଫାଟିଯାଇଥିବାରୁ ଯାତ୍ରାୟାତ ବାଧାବ୍ରାପ୍ତ ହୋଇଛି । ସରକାରୀ ଆକଳନ ମୁତାବକ, ଏହି ଭୂମିକମ୍ପରେ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।