ନୂଆଦିଲ୍ଲୀ,୨୮/୦୩: ଭୂମିକମ୍ପରେ ଥରିଲା ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ । ୭.୨ ଓ ୭.୦ ତୀବ୍ରତାରେ ୨ଥର ଜୋରଦାର ଝଟ୍କା ହୋଇଛି । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତୀବ୍ରତା ଏତେ ଅଧିକ ଥିଲା ଯେ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି । ଏପରିକି ଦିଲ୍ଲୀ ଏନ୍ସିଆରରେ ଏହାର କମ୍ପନ ଅନୁଭୂତ ହୋଇଛି। ୟୁଏସଜିଏସ କହିଛି, ମିଆଁମାରର ସାଗାଇଙ୍ଗ୍ ସହରର ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୧୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା । ମିଆଁମାର ବ୍ୟତୀତ ବ୍ୟାଙ୍କ୍କରେ ବି ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଭୟରେ ଲୋକମାନେ ଅଫିସ୍ ଏବଂ ଦୋକାନଗୁଡିକ ବାହାରକୁ ବାହାରି ଆସିଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ଦକ୍ଷିଣ ଉପକୂଳରେ ସାଗାଇଙ୍ଗ ନିକଟରେ ଥିଲା । ଜର୍ମାନୀର GFZ ଭୂତତ୍ତ୍ୱ କେନ୍ଦ୍ର ଏବଂ ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଆଜି ଅପରାହ୍ନରେ ହୋଇଥିବା ଭୂକମ୍ପ ୧୦ କିମି ଗଭୀରତାରେ ସୃଷ୍ଟି ହୋଇଥିଲା । ଏହାକୁ ଭୂମିକମ୍ପ ଶ୍ରେଣୀଭୁକ୍ତ କରାଯାଇଛି ।