ଋଷରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ଭୂକମ୍ପୀର ତୀବ୍ରତା ୭ ରେକର୍ଡ

ନୂଆଦିଲ୍ଲୀ,୧୮/୦୮: ଋଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଋଷର ଉପକୂଳରେ ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଶିବେଲୁଚ ଆଗ୍ନେୟଗିରି ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚାତାସ୍କି ଠାରୁ ୪୫୦ କିଲୋମିଟର ଦୂରରେ ରହିଛି ।  ।