ନୂଆଦିଲ୍ଲୀ,୩/୦୪: ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ । ଏହାର ତୀବ୍ରତା ୭.୨ ଥିବା ସୂଚନା ମିଳିଛି । ସେପଟେ ତାଇୱାନର ପୂର୍ବ ସହର ହୁଆଲିନରେ ଥିବା କୋଠାଗୁଡ଼ିକର ଭିତ୍ତିପ୍ରସ୍ତର ଭୂମିକମ୍ପରେ ଦୋହଲି ଯାଇଛି । ରାଜଧାନୀ ତାଇପେରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତାଇୱାନରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ସମଗ୍ର ଦ୍ୱୀପକୁ ଦୋହଲାଇ ଦେଇଛି ଏବଂ କୋଠାଗୁଡିକ ଭୁଶୁଡ଼ି ପଡ଼ିଛି । ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି । ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ କରାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଜାପାନ ପାଣିପାଗ ଏଜେନ୍ସି ପୂର୍ବାନୁମାନ କରିଛି ଯେ ଭୂମିକମ୍ପ ପରେ ୯.୮ ଫୁଟ ପର୍ଯ୍ୟନ୍ତ ସୁନାମି ଆସିବ । ପ୍ରାୟ ଅଧଘଣ୍ଟା ପରେ କୁହାଯାଇଛି ଯେ ସୁନାମିର ପ୍ରଥମ ଲହର ମିଆକୋ ଏବଂ ୟେୟାମା ଦ୍ୱୀପପୁଞ୍ଜ ଉପକୂଳ ଛୁଇଁସାରିଛି ।