୭.୨ ତୀବ୍ରତା ସହ ଚୀନରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୨୩/୦୧: ଚୀନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୨ ଥିବା ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି । ଏହାପରେ ବି ଚୀନରେ ଏକାଧିକ ଥର ଭୂମିକମ୍ପ ସୃଷ୍ଟି ହୋଇଛି, ଯାହାର ତୀବ୍ରତା ୪.୫ ଯାଏଁ ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ ଭୂମିକମ୍ପ ଚୀନ୍ ଓ ନେପାଳ ସୀମା ପାଖ ଦକ୍ଷିଣ ଝିଞ୍ଜିୟାଙ୍ଗଠାରେ କେନ୍ଦ୍ରୀଭୂତ ହୋଇଛି । ଭୂଗର୍ଭର ୮୦ କିମିରେ ଏହା ସୃଷ୍ଟି ହୋଇଥିବା ଜଣାପଡିଛି । ସୋମବାର ରାତି ପାଖାପାଖି ୨ଟା ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଏଥିରେ ହୋଇଥିବା କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିପାରି ନାହିଁ ।