ଭୂମିକମ୍ପରେ ଥରିଉଠିଛି ନେପାଳ

ନୂଆଦିଲ୍ଲୀ,୨୨/୧୦: ଆଜି ଭୂମିକମ୍ପରେ ଥରି ଉଠିଛି ନେପାଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଭୂମିକମ୍ପ ୧୩ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପ ଦିଲ୍ଲୀ ଏନସିଆର ଯାଏଁ ମଧ୍ୟ ଅନୁଭୂତ ହୋଇଛି । ତେବେ ଏଯାଏଁ ନେପାଳରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।