ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

ଭୁବନେଶ୍ୱର,୨୯/୦୭: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬,୦ ବୋଲି ଜଣାପଡିଛି । ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ । ଆଜି ଣ୍ଡାମାନ୍ ଓ ନିକୋବର ଦ୍ୱୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ସଙ୍ଗଠିତ ହୋଇଛି । ଏହାର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ହୋଇଥିବା କୁହାଯାଇଛି । ତେବେ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳି ପାରିନାହିଁ ।