ଇକ୍ବାଡରରେ ଭୂକମ୍ପ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ,୧୯/୩: ଦକ୍ଷିଣ ଆମେରିକାରେ ଥିବା ଇକ୍ବାଡର ରେ ଭୂକମ୍ପ। ଗତକାଲି ଭୂକମ୍ପ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ଭୂକର୍ମ୍ପ କାରଣରୁ ୩୮୧ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଉତ୍ତର ପେରୁ ଓ ଇକ୍ବାଡର ଉପକୂଳରେ ଶନିବାର ମଧ୍ୟାହ୍ନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ପ୍ରଥମେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ି ୧୬ରେ ପହଞ୍ଚିଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୮ ଥିବା ବେଳେ ଗଭୀରତା ୬୫କିଲୋମିଟର ଥିଲା ।