ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୪/୩: ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଶନିବାର ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ସୂଚନା ମିଳିଛି । ୟୁଏସ୍ଜିଏସ୍ କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ୧୫୨ କିଲୋମିଟର (୯୪ ମାଇଲ) ଗଭୀରତାରେ ଥିଲା। ଏହା ପୂର୍ବରୁ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ୬.୬ ଓ ଗଭୀରତା ୧୮୩ କିଲୋମିଟର ହେବ ବୋଲି ଆକଳନ କରିଥିଲା। ଭୂକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ ।