ଜିସ୍‌ବର୍ନ ଉପକୂଳରେ ପୁଣିଥରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୬/୩: ପୁଣିଥରେ ଆଜି ନ୍ୟୁଜିଲାଣ୍ଡର ଜିସ୍‌ବର୍ନ ଉପକୂଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୪ ଥିବା ସୂଚନା ରହିଛି। ସୂଚନା ଯୋଗ୍ୟ ଯେ ଗତକାଲି କେର୍ମାଡେକ ଦ୍ବୀପପୁଞ୍ଜରେ ୮.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଭୂମିକମ୍ପ ପରେ ସୁନାମି ସତର୍କତା ଜାରି କରାଯାଇଥିଲା।