ଗୌହାଟୀରେ ଭୂମ୍ପିକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୦ /୧୧: ଆସାମ ରାଜଧାନୀ ଗୌହାଟୀରେ ଆଜି ପ୍ରାୟ ଗୋଟାଏ ବେଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିବା ଜଣାପଡିଛି। କିନ୍ତୁ ଭୂମିକମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀ ଓ କୌଣସି କ୍ଷୟକ୍ଷତି ସମ୍ପର୍କିତ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। ଏହି ଭୂମିକମ୍ପର ଉତ୍ପତି ସ୍ଥଳ କାମରୂପ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପ ସୃଷ୍ଟି ହୋଇଥିଲା। ତେଣୁ କାମରୂପ ଜିଲ୍ଲା ସମେତ ରାଜଧାନୀ ଗୌହାଟୀ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି। ପ୍ରଭାବିତ ଅଞ୍ଚଳର କେତେକ ସ୍ଥାନରେ ଘରମାନଙ୍କ କାନ୍ଥରେ ଫାଟ ପଡିଥିବା ଜଣାପଡିଛି।