ନୂଆଦିଲ୍ଲୀ,୨୭/୭: ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି । ମାନିଲାରେ ୩୦୦ କିଲୋମିଟରରୁ ଅଧିକ ଦୂର ଯାଏଁ ଏହି କମ୍ପନ ଅନୁଭୂତ ହୋଇଥିଲା। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ କହିଛି ଯେ ଭୂକମ୍ପର କେନ୍ଦ୍ରରେ ଥିବା କୋଠାଗୁଡ଼ିକର ଝରକା ଭାଙ୍ଗିଯାଇଛି। ତେବେ ଏପର୍ୟ୍ୟନ୍ତ ଭୂକମ୍ପରେ କୌଣସି ମୃତାହତ ହୋଇନଥିବା ସୂଚନା ଏଯାଏଁ ମିଳିନାହିଁ।ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣର ତଥ୍ୟ ମୁତାବକ, ଲୁଜୋନର ମୁଖ୍ୟ ଦ୍ୱୀପରେ ପାର୍ବତ୍ୟ ଏବଂ ହାଲୁକା ଜନବହୁଳ ପ୍ରଦେଶ ଆବ୍ରାରେ ସକାଳ ୮:୪୩ (୦୦୪୩ ଜିଏମଟି) ସମୟରେ ଏହି କମ୍ପନ ଅନୁଭୂତ ହୋଇଥିଲା। ପ୍ରାରମ୍ଭରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେ ମାପ କରାଯାଇଥିଲା । କିନ୍ତୁ କିଛି ସମୟ ପରେ ଏହାର ତୀବ୍ରତା ୭.୧ ଥିଲା ।